best news portal development company in india

ମାଆର ଜୀବନ ବଞ୍ଚାଇବାକୁ ପୁଅର ସଂଘର୍ଷ, ମିଳିଲାନି ଆମ୍ବୁଲାନ୍ସ ୨୦ କିମି ଟଲିରେ ବୋହିଲେ…

SHARE:

News18local

ବାଲେଶ୍ୱର: ରୋଗିଣା ମାଆକୁ ଟଲିରେ ବୋହି ଔପଦାରୁ ଖଇରା ମେଡ଼ିକାଲକୁ ନେଉଥିବା ଦେଖୁବାକୁ ମମିଳିଛି। ଦୀର୍ଘ 20 କିଲୋମିଟରରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରି ବୃଦ୍ଧା ରୋଗୀଣା ମାଆକୁ ଟଲିରେ  ବୋହିକି ନେବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।  ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ମହୁଲଗଡିଆ ଗ୍ରାମର ପ୍ରଫୁଲ ରାଉତଙ୍କ ବୃଦ୍ଧା ମାଆଙ୍କ   ହଠାତ ଦେହ ଅସୁସ୍ଥ ହେବାରୁ ଆଜି ଭୋର ସମୟରେ  ଟଲିରେ ବସାଇ ଖଇରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ମାଆକୁ ଡାକ୍ତର ଦେଖାଇ ପୁଣି ନିଜ ଘର ମହୁଲଗଡିଆ ଗ୍ରାମକୁ ସେହି ଟଲିରେ ଆଣିଥିଲେ।  ହଠାତ ମାଙ୍କର ଦେହ ଥରିବାରୁ କୌଣସି ଉପାୟ ନପାଇ ଏକ ଟଲି ଯୋଗେ ମାଆକୁ ନେଇ ପ୍ରଥମେ ଔପଦା ଡାକ୍ତରଖାନା ପହଞ୍ଚି ଥିଲି।

ପଢ଼ନ୍ତୁ: 
କମର୍ସିଆଲ୍ ଗ୍ୟାସ୍ ଅଭାବରେ ଅସୁବିଧାରେ ହୋଟେଲ ମାଲିକ, ୨ ଦିନରେ ଖାଦ୍ୟ ୩୫ ରୁ ୪୫ ଟଙ୍କାକୁ ବୃଦ୍ଧି !

ସେଠାରେ ଡାକ୍ତରଖାନା ଖୋଲା ନଥିବାରୁ ଶେଷରେ ଖଇରା ଡାକ୍ତରଖାନାକୁ ଟଲି ସାହାଯ୍ୟ ନେଇଥିବା କହିଛନ୍ତି। ତାଙ୍କ ପାଖରେ  ମୋବାଇଲ ନଥିବାରୁ 108ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡିକୁ ଯୋଗାଯୋଗ କରିପାରି ନଥିଲେ। ଯାହା ଫଳରେ ବାଧ୍ୟ ହୋଇ ପ୍ରଫୁଲ ମାଆକୁ ସୁସ୍ଥ କରିବା ପାଇଁ ଟକଲିର ସାହାଯ୍ୟ ଲୁଡି ଥିଲେ। ଗ୍ରାମଞ୍ଚଳରେ ସରକାର ଆମ୍ବୁଲାନ୍ସ ସେବାର ଉଚିତ ସଚେତନତା ହେଉନଥିବାରୁ ଗରିବ ଓ ଆଦିବାସୀ ଲୋକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଊଛିନ୍ତି l ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାର ଦେଖିବାକୁ ମିଳିଛି lଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ସମୟ ବଦଳିବା ସଂଗେ ସଂଗେ ଲୋକ ମାନେ ପରିବର୍ତ୍ତନ ହେଲେଣି। ଏବେବି କିଛି ଗାଁ ରହି ଯାଇଛି ଯାହାକି ସେହି ଗ୍ରାମର ଲୋକମାନେ ଏବେ ବି ମୋବାଇଲ କିମ୍ବା ଗାଁରେ କୌଣସି ଗାଡି ନାହିଁ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଔପଦା ବ୍ଲକ୍ ରେ । ଯେଉଁ ଔପଦା ବ୍ଲକ୍ ହେଉଛି ଗଡ଼ଜାତର ମାଟି। ଏଠାରେ ସବୁକିଛି ବିକାଶ ସାତ ସପନ ପାଲଟି ଯାଉଛି। ନା ଭଲ ମେଡ଼ିକାଲଟିଏ ଅଛି ନା ଡାକ୍ତର ଅଛନ୍ତି। ଜଣିଏ ଡାକ୍ତର ଥିବା ବେଳେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ତାହା ପୁଣି ସମୟ ଅନୁସାରେ ଖୋଲା ଯାଉଛି।

ପଢ଼ନ୍ତୁ: 
କମର୍ସିଆଲ୍ ଗ୍ୟାସ୍ ଅଭାବରେ ଅସୁବିଧାରେ ହୋଟେଲ ମାଲିକ, ୨ ଦିନରେ ଖାଦ୍ୟ ୩୫ ରୁ ୪୫ ଟଙ୍କାକୁ ବୃଦ୍ଧି !

ଦିନ ରାତି ଖୋଲା ରହୁଥିଲେ ଲୋକ ମାନେ ଏହାର ଲାଭବାନ ହୋଇ ପାରନ୍ତେ। ହେଲେ ସେମିତି କିଛି ପଦକ୍ଷେପ ନିଆଯାଉ ନାହିଁ। ବାରମ୍ବାର ଭଲ ମେଡ଼ିକାଲ ପାଇଁ ଦାବି ହେଉଥିବା ବେଳେ କେହି ବି ଶୁଣି ନଶୁଣିଲା।ସମସ୍ତ ରହୁନ୍ତି। ଯାହାକି ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯାଉଛି ତଥାପି ଲୋକ ମାନେ ସଚେତନ ହେଉ ନାହାନ୍ତି। କାରଣ ଏବେ ରୋଗୀଙ୍କ ପାଇଁ  ୧୦୮ଆମ୍ବୁଲାନ୍ସ ଯୋଜନା ଥିବା ବେଳେ ଏହାର ବ୍ୟବହାର ବିଷୟରେ ଲୋକ ମାନେ ଜାଣି ନାହାନ୍ତି। ତ ଆଉ କାହା ପାଖରେ ମୋବାଇଲ ନାହିଁ ଯାହା ଫଳରେ ଜଣେ ୧୦୮ଆମ୍ବୁଲାନ୍ସକୁ ଫୋନ କରି ପାରିବ। ଗରିବ ଲୋକମାନେ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି। ରିପୋର୍ଟ- ଉମାକାନ୍ତ ସେଠୀ

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Bharat News 9
Author: Bharat News 9

Leave a Comment