best news portal development company in india

‘କଂଗ୍ରେସକୁ ଫିନିସ୍ କରିବାକୁ ବିଜେଡିର ଷଡ଼ଯନ୍ତ୍ର’! ଆମ ଦଳର ବହୁ ନେତା ବିଜେଡିର ଭିକ୍ଟିମ୍

SHARE:

News18 Odia Digital

Sofia Firdous on BJD: ଆଜି କଟକ ବାରବାଟୀ ବିଧାୟିକା ସଫୋଆ ଫିର୍ଦ୍ଦୋସ ଗଣମାଧ୍ୟ ସାମ୍ନାରେ ବିସ୍ଫୋରକ ବୟାନ ଦେଇଛନ୍ତି । ଗୋଟେପଟେ ରାଜ୍ୟସଭା ନିର୍ବାଚନକୁ ନେଇ ସମୟ ଯେତେ ଘନାଉଛି, ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆଲୋଚନା ସେତେ ଜୋର୍ ଧରୁଛି ।

ସେପଟେ କଂଗ୍ରେସର କିଛି ବିଧାୟକଙ୍କୁ ନେଇ ପିସିସି ସଭାପତି ଭକ୍ତ ଦାସ ବେଙ୍ଗାଲୁରୁର ଏକ ରିସର୍ଟରେ ଥିବାବେଳେ ଏପଟେ ସୋଫିଆ ଫିର୍ଦ୍ଦୋସ୍ ସିଧା ସିଧା ଟାର୍ଗେଟ୍ କରି ବିସ୍ଫୋରକ ବୟାନ ଦେଇଛନ୍ତି।

ଆଜି ସେ କହିଛନ୍ତି, ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ତାଙ୍କୁ କେହି କିଛି କହି ନାହାଁନ୍ତି କି କେହି ଡାକି ନାହାଁନ୍ତି । ତେଣୁ ସେଠାକୁ ଯିବାର କୌଣସି ଆବଶ୍ୟକ ନାହିଁ । କିନ୍ତୁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଯେଉଁ କ୍ୟାଣ୍ଡିଡେଟଙ୍କୁ କମନ୍ କ୍ୟାଣ୍ଡିଡେଟ୍ ବୋଲି କହି ଘୋଷଣା କଲେ ଆମ ଦଳ ତାଙ୍କୁ ସମର୍ଥନ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଲା ତାକୁ ନେଇ ଆମ କେତେଜଣ ସକ୍ଡ ଅଛୁ। କେଉଁଠି ନା କେଉଁଠି ଆମେ ଆଘାତ ପାଇଛୁ।

କାରଣ ଆଜି ରାଜ୍ୟରେ କଂଗ୍ରେସର ଯେତେ କ୍ଷତି ହୋଇଛି ଆଉ କଂଗ୍ରେସ ଯେଉଁଭଳି ଅବସ୍ଥାରେ ଅଛି ସେଥି ପାଇଁ ବିଜେଡି ହିଁ ଦାୟୀ । ବିଜେଡି ସଦାବେଳେ ବିଜେପି ସହିତ ମିଶିକି ଅଛି, ବିଜେଡି ସବୁ ସମୟରେ ବିଜେପିକୁ ସପୋର୍ଟ ଦେଇ ଆସିଛି । ଆମ ଦଳ ଏହି ଦୁଇ ଦଳଠାରୁ ଦୂରେଇ ରହିବାର ଥିଲା । ଏଠି ସମଦୂରତା ରଖିବାର ଥିଲା।

ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ସଦାବେଳେ ଯେଉଁ କୁହନ୍ତି ସେକ୍ୟୁଲାରଜିମର କଥା ମୁଁ ଏଠାରେ ତାଙ୍କୁ ପଚାରିବାକୁ ଚାହୁଁଛି କୁଆଡ଼େ ଗଲା ତାଙ୍କ ସେକ୍ୟୁଲାର୍ କନସେପ୍ଟ? କଂଗ୍ରେସ କେମିତି ଫିନିସ୍ ହେଇଯାଉ, ସେଥି ପାଇଁ ବିଜେଡିର ସଦାବେଳେ ଗୋଟେ ଷଡ଼ଯନ୍ତ୍ର ରହି ଆସିଛି । ଏଇ ବିଜେଡି ଦଳ ପାଇଁ ଆମ ଦଳର ବହୁ ନେତା ଭିକ୍ଟିମ ହୋଇଛନ୍ତି। ଆମର ବହୁତ୍ ନେତା ଆଘାତରେ ଅଛନ୍ତି । ଆଜି ଏଭଳି ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଦେଇଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍।

ପଢ଼ନ୍ତୁ ଏହି ଖବର: 
Gold Price: କାଲି ଅପେକ୍ଷା ଆଜି କମିଛି ସୁନା-ରୁପା ଦର! ୧୦ ଗ୍ରାମ ମୂଲ୍ୟ କେତେ? ଜାଣନ୍ତୁ…

ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଆପଣ ବର୍ତ୍ତମାନ ଯେଉଁଭଳି ମତ ରଖୁଛନ୍ତି ଏଥିରୁ ସ୍ପଷ୍ଟ ହେଉଛି ଆପଣ ଦଳର ନିଷ୍ପତ୍ତିରେ ଖୁସି ନାହାଁନ୍ତି, ତେବେ ଆପଣ ଦଳର ନିଷ୍ପତ୍ତି ଅନୁସାରେ ଭୋଟ୍ ଦେବେ ନା ଆପଣଙ୍କର ଆଉ କିଛି ଭିନ୍ନ ମତ ଅଛି? ଏଥିରେ ସୋଫିଆ ସିଧା ସଳଖ ଉତ୍ତର ନ ଦେଇ କହିଛନ୍ତି, ଭୋଟ୍ ଦେବା ଟା ପରବର୍ତ୍ତୀ କଥା । ବ୍ୟକ୍ତିଗତ ହିସାବରେ ଯିଏ ଯାହା ପସନ୍ଦରେ ଭୋଟ୍ ଦେବେ। କିନ୍ତୁ ଏତେ ସବୁ ପୂର୍ବରୁ ଦଳ ତରଫରୁ ବିଧାୟକଙ୍କ ସହ ପରାମର୍ଶ କରିବାର ଥିଲା।

ସୂଚନା ଅନୁଯାୟୀ, ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଛନ୍ତି।

ପଢ଼ନ୍ତୁ ଏହି ଖବର: 
Govt Employees: ନୂଆ ବେତନ ଆୟୋଗକୁ ନେଇ ନୂଆ ଖବର! ୭ମ ବେତନ ଭଳି ମିଳିବ ବମ୍ପର ଲାଭ…

ସେପଟେ ପ୍ରଦେଶ କଂଗ୍ରେସ କମିଟି(PCC) ସଭାପତି ଭକ୍ତ ଚରଣ ଦାସ ନିଜ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଚାଲି ଯାଇଛନ୍ତି। ମାତ୍ର ବାକି ୬ ଜଣ ବିଧାୟକ ଓଡ଼ିଶାରେ ଅଛନ୍ତି। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସାଗର ଦାସ, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Bharat News 9
Author: Bharat News 9

Leave a Comment