best news portal development company in india

ଶେଷ ହୋଇଗଲା ଗ୍ୟାସ ! ସୁଖିଲା ଖାଦ୍ୟ ଖାଇ ମେଣ୍ଟୁଛି ଭୋକ..ଏଭଳି ଦେଖିବାକୁ ମିଳିଛି…

SHARE:

Nesw18 Local

ଯାଜପୁର: ମିଳୁନି ସିଲିଣ୍ଡର । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗ୍ୟାସ ମିଳୁନଥିବାରୁ ରାସ୍ତାରେ ସିଲିଣ୍ଡର ରଖି ପ୍ରତିବାଦ କଲେ ସାଧାରଣ ଲୋକେ । ଗ୍ୟାସ ପାଇଁ ଘରେ ରୋଷେଇ ବନ୍ଦ । ଶୁଖିଲା ଖାଦ୍ୟ ଖାଇ ଭୋକ ମେଣ୍ଟାଉଛନ୍ତି ଲୋକେ । ରାସ୍ତା ଉପରେ ଗ୍ୟାସ୍ ସିଲିଣ୍ଡର ରଖି ଶତାଧିକ ଗ୍ରାହକ ପ୍ରତିବାଦ କରିଥିବା ଦେଖ‌ିବାକୁ ମିଳିଛି । ଯାଜପୁର ସ‌ହର ଗରିଆପୁର ଛକ ଇଣ୍ଡେନ ଗ୍ୟାସ କାର୍ଯ୍ୟାଳୟ ସମ୍ମୁଖରେ  ଶତାଧିକ ଗ୍ରାହକ ଗ୍ୟାସ୍ ସିଲିଣ୍ଡର ରଖି ପ୍ରତିବାଦ କରିଛନ୍ତି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଗ୍ୟାସ୍ ସମସ୍ୟା ଉପୁଜିଛି । ଏଥିପାଇଁ ସବୁଠି ଗ୍ୟାସ୍ ସମସ୍ୟା ଦେଖାଯାଉଛି । କିଛିଦିନ ହେବ ଘରୋଇ ଏଲ୍‌ପିଜି ବୁକିଂ କଲେ ବି ଗ୍ୟାସ୍ ମିଳୁନି । ସମସ୍ୟା ଯେତିକି ଲୋକଙ୍କ ଛାନିଆ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି । ଅନେକ ସପ୍ତାହ ଆଗରୁ ଗ୍ୟାସ୍ ବୁକି କରିଥିଲେ ବି ଏହା ମିଳୁନି ବୋଲି ଗ୍ରାହକ କହୁଥୁବା ଶୁଣିବାକୁ ମିଳିଛି ।

ପଢ଼ନ୍ତୁ: 
ଚାଷରୁ ଲାଭ ଆଶାରେ ଶିକ୍ଷିତ ଯୁବକ ! ଚାକିରି ପଛରେ ନ ଗୋଡ଼ାଇ ଧାନ ପରେ କରିଲେ…

ଆଉ କିଛି ବୁକିଂରେ ସମସ୍ୟା ହେଉଛି ବୋଲି ଅଭିଯୋଗ କରିଥିଲେ । ବହୁତ ଗ୍ୟାସ୍ ଏଜେନ୍ସି ଓ ଡିପୋରେ ଲୋକଙ୍କ ସହ କର୍ମଚାରୀଙ୍କ ଯୁକ୍ତିତର୍କ ହେଉଥିବା ଦେଖାଯାଇଛି । ଶୁକ୍ରବାର ସକାଳେ ଯାଜପୁର ସହର ଗରିଆପୁର ଛକରେ ଥିବା ଇଣ୍ଡେନ ଗ୍ୟାସ୍ ଏଜେନ୍ସି ବନ୍ଦ ରହିବା ସହିତ ଗ୍ୟାସ୍ ଷ୍ଟକ୍ ନଥିବା ଏକ ସାଧା ସାଧା କାଗଜରେ ଲେଖି ଅଫିସ ସଟରରେ ମରାଯାଉଛି ।ଗ୍ରାହକମାନେ ଖାଲି ସିଲିଣ୍ଡର ନେଇ ଅଫିସ୍‌କୁ ଆସିଥିବା ବେଳେ ଅଫିସ ବନ୍ଦ ଥିବା ଦେଖୁ କ୍ଷୋଭ ପ୍ରକାଶ କରିଥିଲେ । ଏହାପରେ ଶତାଧିକ ଗ୍ରାହକ ଗରିଆପୁର ୟୁଜିଏମଇ ସ୍କୁଲ ସମ୍ମୁଖ ରାସ୍ତା ଉପରେ ଖାଲି ସିଲିଣ୍ଡରକୁ ରଖ୍ ପ୍ରତିବାଦ କରିଥିଲେ । ଏହି ପ୍ରତିବାଦ ସମୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସହିତ ଗ୍ରାହକମାନେ ଗ୍ୟାସ୍ ଏଜେନ୍ସିକୁ ନାନା ରକମର ଗାଳି ଗୁଲୋଜ ମଧ୍ୟ କରିଥିଲେ ।

ପଢ଼ନ୍ତୁ: 
ଡାଳିମ୍ବ ଚୋପାରୁ ମିଳିବ ଚମତ୍କାର ଫାଇଦା ! କେହିଜାଣି ନଥିବେ…

ଲୋକଙ୍କ କହିବା ଅନୁସାରେ ସରକାର କହୁଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ରହିଛି ଗ୍ୟାସ୍ ସିଲିଣ୍ଡର । କିନ୍ତୁ ହିନସ୍ତା ହେଉଛନ୍ତି ଖାଉଟି । କିଛି ଅସାଧୁ ବ୍ୟବସାୟୀ ଗ୍ୟାସର କଳାବଜାରୀ କରୁଛନ୍ତି । ଏପରିକି ବେଆଇନ ଭାବେ ଗଚ୍ଛିତ ରଖୁଛନ୍ତି । ଓଡ଼ିଶାରେ ରନ୍ଧନ ଗ୍ୟାସ (LPG) ସଙ୍କଟକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ବିଶେଷ କରି ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଗ୍ୟାସ ଅଭାବ ହେବା ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଥିଲା, ତାହାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଓଡ଼ିଶାରେ ରନ୍ଧନ ଗ୍ୟାସ ସଙ୍କଟ ନାହିଁ:ରାଜ୍ୟରେ ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ ଏବଂ ଜନସାଧାରଣ ଏଥିପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ପଷ୍ଟ କରିଛନ୍ତି ।

ରିପୋର୍ଟ- ମନୀଷା ରାଉତ

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Bharat News 9
Author: Bharat News 9

Leave a Comment