News18local
ଯାଜପୁର: ଆଜି କାଲି ଝିଅ ମାନେ ସବୁବେଳେ ନିଜକୁ ସୁନ୍ଦର ଭାବେ ସଜେଇବାକୁ ଭଲ ପାଆନ୍ତି। କିପରି ସମସ୍ତଙ୍କ ଠାରୁ ଅଧିକ ସୁନ୍ଦର ଦେଖାଯିବେ ସେଥି ପ୍ରତି ଅଧିକ ଗୁରୁତ୍ୱ ଦିଅନ୍ତି। ସେଥିପାଇଁ ସେମାନେ ବିଭିନ୍ନ କେମିକାଲ କ୍ରିମ ବ୍ୟବହାର କରନ୍ତି। କିନ୍ତୁ ଏହା ସେମାନଙ୍କୁ ସୁନ୍ଦର କରିବା ବଦଳରେ ଖରାପ କରିଥାଏ। ଆଜି ମୁଁ ଆପଣଙ୍କୁ ଏପରି କିଛି ପ୍ରକୃତିକ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ମୁହଁରେ ଆଣିବ ଚମକ।ସେ ହେଉଛି ସୂର୍ଯ୍ୟମୁଖୀ ମଞ୍ଜିର। ଆଜ୍ଞା ଏହି ସୂର୍ଯ୍ୟମୁଖୀ ମଞ୍ଜି ଆପଣଙ୍କ ମୁହଁରେ ଆଣିବ କାଚ ଭଳି ଚମକ !
ପଢ଼ନ୍ତୁ:
କମର୍ସିଆଲ୍ ଗ୍ୟାସ୍ ଅଭାବରେ ଅସୁବିଧାରେ ହୋଟେଲ ମାଲିକ, ୨ ଦିନରେ ଖାଦ୍ୟ ୩୫ ରୁ ୪୫ ଟଙ୍କାକୁ ବୃଦ୍ଧି !
ତେବେ ଆସନ୍ତୁ ଆଜି ମାନେ ଜାଣିବା ଏହାକୁ ଆପଣଙ୍କ କିପରି ବ୍ୟବହାର କରିବେ ଏବଂ କଣ କଣ ରହିଛି ଏହାର କମାଲ.ସୂର୍ଯ୍ୟମୁଖୀ ମଞ୍ଜିରେ ପ୍ରଚୁର ପରିମାଣରେ ଭିଟାମିନ୍-ଇ ରହିଥାଏ । ଏହା ଚର୍ମକୁ ସୂର୍ଯ୍ୟଙ୍କ କ୍ଷତିକାରକ ଅଲ୍ଟ୍ରାଭାୟୋଲେଟ୍ କିରଣରୁ ରକ୍ଷା କରିଥାଏ ଏବଂ ଚର୍ମକୁ ଭିତରୁ ପୋଷଣ ଯୋଗାଇଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଚର୍ମରେ କୁଞ୍ଚନ ଏବଂ କଳା ଦାଗ ହେବାକୁ ରୋକିଥାଏ। ଏହା ଚର୍ମର ଇଲାଷ୍ଟିସିଟି ବଢ଼ାଇ ଚେହେରାକୁ ଅଧିକ ଦିନ ପର୍ଯ୍ୟନ୍ତ ଜବାନ ରଖିବାରେ ସାହାଯ୍ୟ କରେ। ସୂର୍ଯ୍ୟମୁଖୀ ମଞ୍ଜିରେ ଜିଙ୍କ୍ ଏବଂ ସେଲେନିୟମ୍ ଭଳି ଖଣିଜ ପଦାର୍ଥ ଥାଏ, ଯାହା ଚର୍ମରେ ଥିବା ବ୍ୟାକ୍ଟେରିଆ ସହ ଲଢ଼ିଥାଏ ଏବଂ ବ୍ରଣ ବା ପିମ୍ପଲ୍ସ ସମସ୍ୟା ଦୂର କରେ। ଏଥିରେ ଥିବା ଫ୍ୟାଟି ଏସିଡ୍ ଚର୍ମକୁ ହାଇଡ୍ରେଟ୍ ଏବଂ କୋମଳ ରଖିବାରେ ସାହାଯ୍ୟ କରେ, ଯାହାଫଳରେ ଶୁଷ୍କ ଚର୍ମ ସମସ୍ୟା ଦୂର ହୁଏ।କିଛି ସୂର୍ଯ୍ୟମୁଖୀ ମଞ୍ଜିକୁ ରାତିସାରା କ୍ଷୀରରେ ଭିଜାଇ ରଖନ୍ତୁ। ସକାଳେ ଏହାକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।
ପଢ଼ନ୍ତୁ:
କମର୍ସିଆଲ୍ ଗ୍ୟାସ୍ ଅଭାବରେ ଅସୁବିଧାରେ ହୋଟେଲ ମାଲିକ, ୨ ଦିନରେ ଖାଦ୍ୟ ୩୫ ରୁ ୪୫ ଟଙ୍କାକୁ ବୃଦ୍ଧି !
ଏହି ପେଷ୍ଟରେ ଅଳ୍ପ କେସର ମିଶାଇ ଚେହେରାରେ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହା ଦ୍ୱାରା ଚେହେରା କାଚ ଭଳି ଚମକିବ।ସୂର୍ଯ୍ୟମୁଖୀ ମଞ୍ଜିକୁ ଗୁଣ୍ଡ କରି ସେଥିରେ ଏକ ଚାମଚ ମହୁ ଏବଂ ଦହି ମିଶାନ୍ତୁ। ଏହି ମିଶ୍ରଣକୁ ସ୍କ୍ରବ୍ ଭାବେ ବ୍ୟବହାର କରନ୍ତୁ। ଏହା ଚର୍ମର ମୃତ କୋଷ ବାହାର କରିବାରେ ଏବଂ ପ୍ରାକୃତିକ ଉଜ୍ଜ୍ୱଳତା ଆଣିବାରେ ସାହାଯ୍ୟ କରେ।ଯଦି ଆପଣଙ୍କର ଅଧିକ ଶୁଷ୍କ ଚର୍ମ, ତେବେ ଶୋଇବା ପୂର୍ବରୁ ସୂର୍ଯ୍ୟମୁଖୀ ମଞ୍ଜିରୁ ବାହାରୁଥିବା ଶୁଦ୍ଧ ତେଲର ଦୁଇ ଟୋପା ନେଇ ମୁହଁରେ ମାଲିସ୍ କରନ୍ତୁ। ଏହା ଏକ ପ୍ରାକୃତିକ ସେରମ୍ ଭଳି କାମ କରିଥାଏ।ଏହା ସହ ସୂର୍ଯ୍ୟମୁଖୀ ମଞ୍ଜିରୁ ପ୍ରସ୍ତୁତ ତେଲକୁ ନିୟମିତ ଭାବେ ଖାଦ୍ୟରେ ବ୍ୟବହାର କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ଭିଟାମିନ ଇରେ ଭରପୁର ହୋଇଥିବାବେଳେ ୱାର୍କଆଉଟ ପରେ ହେଉଥିବା ଥକ୍କାପଣକୁ ଦୂରକରେ। ରିପୋର୍ଟ- ମନୀଷା ରାଉତ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ


