best news portal development company in india

୩୦୦ ବର୍ଷର ଐତିହ୍ୟ ! ଦେଖନ୍ତୁ ବାଲେଶ୍ୱରର ପ୍ରସିଦ୍ଧ ପତରାଜପୁର ମେଳଣ…

SHARE:

News18local

ବାଲେଶ୍ୱର: ଏହେଉଛି ଐତିହାସିକ ପତରାଜପୁର ମେଳଣ। ଏଠାରେ ବେପାରୀ ଆଉ ଗ୍ରାହକଙ୍କର ମେଳା ନୁହେଁ ବରଂ ଅପୂର୍ବ ମିଳନ ହୋଇଥାଏ। ପୁରୁଣା ସମ୍ପର୍କ ଏବଂ ହଜି ଯାଇଥିବା ବନ୍ଧୁଙ୍କର ଏ ମେଳା ହେଉଛି ପତିରାଜପୁର ମେଳା । କାହିଁ କେଉଁ କାଳରୁ ଚାଲି ଆସିଛି । କିଏ, କେବେଠାରୁ ଏ ମେଳା ଆରମ୍ଭ କରିିଥିଲା ତାର ହିସାବ କାହା ପାଖରେ ନାହିଁ । ପୂର୍ବପୁରୁଷଙ୍କ ସମୟରୁ ଏମିତି ଚାଲି ଆସୁଛି ଆଜି ବି ଚାଲିଛି । ଏକଦା ଲୋକମାନଙ୍କ ଆବଶ୍ୟକୀୟ ସାମଗ୍ରୀ, ଘର କରଣା ଜିନିଷ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ମେଳା। ଆଜି ବ୍ୟାପକ ରୂପ ନେଇଛି । ବାହାଘର, ବ୍ରତଘର ସାମଗ୍ରୀଠାରୁ ଆରମ୍ଭ କରି ପ୍ରତ୍ୟେକ ଘରକରଣା ଜିନିଷ ସବୁ ଏଠି ମିଳୁଛି । କହିବାକୁ ଗଲେ କିଣାବିକାର ହବ ପାଲଟିଛି ଏ ମେଳା।

ପଢ଼ନ୍ତୁ: 
କମର୍ସିଆଲ୍ ଗ୍ୟାସ୍ ଅଭାବରେ ଅସୁବିଧାରେ ହୋଟେଲ ମାଲିକ, ୨ ଦିନରେ ଖାଦ୍ୟ ୩୫ ରୁ ୪୫ ଟଙ୍କାକୁ ବୃଦ୍ଧି !

ଖାଲି କାରବାର ନୁହେଁ, ଏ ମେଳା ପଛରେ ଧାର୍ମିକ ଭାବାବେଗ ବି ଯୋଡି ହୋଇ ରହିଛି । ଏହି ମେଳା ହେଉଛି ରାଧାକୃଷ୍ଣଙ୍କ ଅପୂର୍ବ ମିଳନର ପର୍ବ । ହୋଲିରୁ ଆରମ୍ଭ ହୋଇ ଦୀର୍ଘ ୨୦ ଦିନ ଧରି ଚାଲୁଥିବା ଏହି ମେଳା ସମ୍ପର୍କରେ କେବଳ ବାଲେଶ୍ୱର ଜିଲ୍ଲା ନୁହଁ ବାହାର ରାଜ୍ୟର ଲୋକମାନେ ମଧ୍ୟ ଜାଣିଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତର ପତିରାଜପୁରରେ ଆୟୋଜିତ ହୋଇଥାଏ ଏହି ମେଳା । ସେଥିପାଇଁ ଏହାର ନାମ ପତିରାଜପୁର ମେଳା ।  ସରକାରୀ ଖାତା ପତ୍ରରେ ପତିରାଜପୁର ବୋଲି କୌଣସି ଜାଗା ନଥିବା ବେଳେ ଏହି ସ୍ଥାନର ନାମ କିଏ ପତରାଜପୁର ରଖିଛନ୍ତି, କେଉଁ ଉଦ୍ଦେଶ୍ୟରେ ରଖିଛନ୍ତି କାହା ପାଖରେ ତାର ସୂଚନା ନାହିଁ। ପ୍ରତିବର୍ଷ ଦୋଳ ପୂର୍ଣ୍ଣମୀରେ ଏଠାକୁ ରାଧାକୃଷ୍ଣଙ୍କ ବିମାନ ଆସିଥାଏ । ମିଳନ ପର୍ବ ଅନୁଷ୍ଠିତ ହୋଇଥାଏ । ରାତିରେ ବିମାନ ସବୁ ସୁସଜ୍ଜିତ ହୋଇ ମଣ୍ଡପ ନିକଟରେ ପହଞ୍ଚେ । ଫଗୁ ଖେଳ ହୁଏ । ସକାଳ ହେଲେ ଠାକୁର ବିଦା ହୋଇଥାନ୍ତି। ଏହି ମିଳନ ପର୍ବ ଦିନଠାରୁ ହିଁ ଏଠାରେ ଆରମ୍ଭ ହୋଇଥାଏ ମେଳା । ବୟସ୍କ ଲୋକେ କହନ୍ତି, ଏହି ମେଳା ପ୍ରାୟ ୩୦୦ ବର୍ଷ ପୁରୁଣା । ଏହା ଭିତରେ ଏହି ମେଳାରେ ଅନେକ ପରିବର୍ତ୍ତନ ଆସିଛି।

ପଢ଼ନ୍ତୁ: 
କମର୍ସିଆଲ୍ ଗ୍ୟାସ୍ ଅଭାବରେ ଅସୁବିଧାରେ ହୋଟେଲ ମାଲିକ, ୨ ଦିନରେ ଖାଦ୍ୟ ୩୫ ରୁ ୪୫ ଟଙ୍କାକୁ ବୃଦ୍ଧି !

ଏହି ମେଳାରେ ଛୁଞ୍ଚିଠାରୁ ଆରମ୍ଭ କରି ଖଟ, ସୋଫା ସବୁ ପ୍ରକାରର ଜିନିଷ ମିଳିଥାଏ । କୁହାଯାଏ, ସେତେବେଳେ ଏହି ମେଳା ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗୋଟିଏ ଜାଗାରେ ସବୁ ପ୍ରକାରର ଜିନିଷ ଉପଲବ୍ଧ କରାଇବା। ଝିଅ ବାହାଘର କରୁଥିବା ବାପା-ମାମାନେ ଏହି ମେଳାକୁ ଅପେକ୍ଷା କରିଥାନ୍ତି ସାମଗ୍ରୀ କିଣିବା ପାଇଁ । କାରଣ ଏଠିକୁ ଗଲେ କୌଣସି ଜିନିଷ ପାଇଁ ବାହାରକୁ ଯିବାକୁ ପ଼ଡି ନ ଥାଏ । ଗୋଟିଏ ମେଳାରେ ଘର କରଣା ସାମଗ୍ରୀଠାରୁ ଆରମ୍ଭ କରି ଝିଅ ବାହାଘର ସଜ, ନୀତି ଦିନିଆ ଚଳଣି ସାମଗ୍ରୀ, ଖାଦ୍ୟ, ପିଲାମାନଙ୍କ ପାଇଁ ଖେଳନା, ଶଙ୍ଖ, ଲୁଗା ପଟା, ଖଟ ପଲଙ୍କ, ମିନା ବଜାର, ଦୋଳି ଭଳି ସବୁକିଛି ଉପଲବ୍ଧ ଥାଏ। କହିବାକୁ ଗଲେ, ଏଠି ଯାହା ଖୋଜିବ ତାହା ପାଇବ । ଏଠାକୁ ଆସିଥିବା କୌଣସି ବ୍ୟକ୍ତି ଜିନିଷ ନ ପାଇ ଫେରିଯିବା କେହି କେବେ ଦେଖିନି କି ଶୁଣିନି । ରିପୋର୍ଟ- ଉମାକାନ୍ତ ସେଠୀ

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Bharat News 9
Author: Bharat News 9

Leave a Comment