01


କାଲି ପୁଅ ଫୋନ କରିଥିଲା, କହିଲା ବୋଉ ଏଠି ଆମ ପାଖରେ ବୋମା ଫୁଟୁଛି । କାଲି ଦିନ ବେଳା କାମକୁ ଯାଇଥିଲୁ, ହେଲେ ଡର ଲାଗିଲା ବୋଲି ସମସ୍ତେ ରୁମକୁ ପଳାଇ ଆସିଛୁ । ଆହୁରି କହିଲା ସବୁବେଳେ ବୋମା ଫୁଟୁଛି ହେଲେ କାଲି ଆମ ଘର ପାଖରେ ଫୁଟିଛି, ଦମକଳ ଗଦା ହୋଇଛି ସବୁ ମୁହୁର୍ତ୍ତରେ ଆମକୁ ଏଠି ଭୟ ଲାଗୁଛି । ମାଲିକ କହୁଛି କାମକୁ ଚାଲ ହେଲେ ଆମେ ଏଠି ଘର ଭିତରେ ଭୟରେ ବସିଛୁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମାଣିକପୁର ଗାଁର ମାୟା ଗୌଉଡ ନାମକ ଜଣେ ବୃଦ୍ଧା ଆଜି ଏହିଭଳି କଥା ବଖାଣିଛନ୍ତି । ତାଙ୍କ ପୁଅ ଗଲା ୪ ମାସ ତଳେ ଧାର କରଜ କରି ନୂଆ ଘର ତୋଳିବା ସାଙ୍ଗକୁ ବାହା ହୋଇଛନ୍ତି । ଆଉ ଏହି ଧାର ଟଙ୍କା ସୁଝିବା ପାଇଁ ସିଏ କାମ କରିବାକୁ ଦୁବାଇ ଯାଇଛନ୍ତି, ଖାଲି ସେତିକି ନୁହଁ ଦୁବାଇ ଯିବା ପାଇଁ ଜଣେ ଦଲାଲକୁ ଲକ୍ଷେ ଟଙ୍କା ମଧ୍ୟ ଦେଇଛନ୍ତି । ଏବେ ସେହିଠାରେ ପ୍ରତି ମୁହୁର୍ତ୍ତରେ ଭୟରେ ଥାଇ ବୋଉକୁ ଭିଡିଓ କଲ କରି ଏଭଳି ଦଃଖ ପ୍ରକାଶ କରିଛନ୍ତି ।


