02

ଚାଷୀଙ୍କୁ ସଶକ୍ତ ଏବଂ କୃଷିକୁ ସମୃଦ୍ଧ କରିବା ଲକ୍ଷ୍ୟ କ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଗଞ୍ଜାମ ଜିଲ୍ଲାର ୧,୬୭,୭୪୬ କୃଷକ ପରିବାରଙ୍କୁ ୩୩,୫୪,୯୨,୦୦୦ ଟଙ୍କାର ସହାୟତା ରାଶି ଡ଼ିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି । ବ୍ଲକ ଅନୁଯାୟୀ ହିତାଧିକାରୀଙ୍କ ସଂଖ୍ୟା ହେଲା — ଆସିକା ବ୍ଲକରେ ୮୧୦୨, ବେଗୁନିଆପଡାରେ ୮୪୬୩, ବେଲଗୁଣ୍ଠରେ ୬୬୫୪, ଭଞ୍ଜନଗରରେ ୫୭୮୯, ବୁଗୁଡାରେ ୭୨୦୭, ଛତ୍ରପୁରରେ ୪୨୫୧, ଚିକିଟିରେ ୫୩୦୪, ଧରାକୋଟରେ ୬୨୨୩, ଦିଗପହଣ୍ଡିରେ ୧୪୧୫୩, ଗଞ୍ଜାମ ବ୍ଲକରେ ୫୪୪୬, ହିଞ୍ଜିଳୀକାଟୁରେ ୬୩୭୮, ଜଗନ୍ନାଥପ୍ରସାଦରେ ୮୮୫୨, କବିସୂର୍ଯ୍ୟନଗରରେ ୬୧୨୩, ଖଲ୍ଲିକୋଟରେ ୧୦୦୬୩, କୁକୁଡାଖଣ୍ଡିରେ ୫୪୬୦, ପାତ୍ରପୁରରେ ୭୫୩୦, ପୋଲସରାରେ ୮୬୩୩, ପୁରୁଷୋତ୍ତମପୁରରେ ୮୫୧୧, ରଙ୍ଗେଇଲୁଣ୍ଡାରେ ୫୪୫୪, ସାନଖେମୁଣ୍ଡିରେ ୧୧୧୭୮, ସେରଗଡରେ ୯୮୦୩ ଏବଂ ସୁରଡା ବ୍ଲକରେ ୮୧୬୯ କୃଷି ପରିବାର ଏହି ଯୋଜନାରେ ଲାଭାନ୍ବିତ ହେବେ ।


