best news portal development company in india

ମାର୍ବଲ ଡଷ୍ଟରୁ ଆକର୍ଷଣୀୟ ମୂର୍ତ୍ତି ! ଭଳି କି ଭଳି ମୂର୍ତ୍ତି ଦେଖି ଗ୍ରାହକ…

SHARE:

News18 Local

ବାଲେଶ୍ବର: ଆପଣ ମାନେ ଦେଖୁଥିବା ମୂର୍ତ୍ତି ଗୁଡ଼ିକୁ କେଉଁଥିରେ ତିଆରି ହେଉଛି ଜାଣିଛନ୍ତି କି ? ମାର୍ବଲ ଡଷ୍ଟ, ଚିପ୍ସ ଏବଂ ଅଠା ଦିଆଯାଇ ତିଆରି ଫ୍ରେମ ସାହାଯ୍ୟରେ ବିଭିନ୍ନ ପ୍ରକାରର ମୃତ୍ତି ତିଆରି କରାଯାଉଛି । ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରାଯାଉଥିବାରୁ ବିଭିନ୍ନ ଅଞ୍ଚଳକୁ ମଧ୍ୟ ବିକ୍ରି ନିମନ୍ତେ ପଠା ଯାଉଛି। ଏହି ମୃତ୍ତି ଗୁଡିକରେ ଭଲ ଚାହିଦା ରହିଛି। ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ପଣଦା ଗ୍ରାମର ପ୍ରଫୁଲ୍ଲ କୁମାର ନାଥ । ଯିଏ କି ଦୁଇ ବର୍ଷ ହେବ ଯୁବକ ଏବଂ ମହିଳାଙ୍କୁ ରଖି ମାର୍ବଲ ଡଷ୍ଟ, ଚିପ୍ସ ଏବଂ ଅଠାରେ ବିଭିନ୍ନ ପ୍ରକାରର ମୃତ୍ତି ବା ଗିଫ୍ଟ ଆଇଟମ ତିଆରି କରୁଛନ୍ତି ।  ଏ ମୂର୍ତ୍ତି ସବୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ବାହାର ରାଜ୍ୟକୁ ମଧ୍ୟ ବିକ୍ରି ନିମନ୍ତେ ପଠା ଯାଉଛି । ୭ଜଣ ମହିଳା ଓ ୫ପୁରୁଷ କାମ କରୁଥିବା ଦେଖିବାକୁ ମିଳିଛି ।

ପଢ଼ନ୍ତୁ:
ସୁଟିଂ ସେଟର ଭିତିରି କଥା..ସଞ୍ଜୟ ଦତ୍ତ ଓ ରଣବୀରଙ୍କ ମଧ୍ୟରେ ହୋଇଥିଲା ମାଡ଼ପିଟ୍ !

ଏଠାରେ ପାଖା ପାଖି ପ୍ରତ୍ୟେକ ଦିନ ହଜାର ହଜାର ମୂର୍ତ୍ତି ତିଆରି ହେଉଛି । ବାଲେଶ୍ୱର ଜିଲ୍ଲା ଓ ମୟୁରଭଞ୍ଜ ଜିଲ୍ଲାରୁ ଯୁବକ ମାନେ ଆସି କାମ କରୁଥିବା ଦେଖିବାକୁ ମିଳିଛି । ୨୦ଟଙ୍କା ଠାରୁ ଆରମ୍ଭ କରି ପାଖା ପାଖି ୩ହଜାର ଟଙ୍କା ଯାଏଁ ମୂର୍ତ୍ତି ରହିଛି । ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମାତା ସୁଭଦ୍ରା, ଗଣେଶ, ଲଷ୍ମୀନାରାୟଣ, ମନ୍ଦିର,  ହାପି ମେନ, ସାଇ ବାବା, ବୁଦ୍ଧ, ହରିଣ, ବାଘ ଆଦି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରି ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ, ଯାଜପୁର, କଟକ ଓ ଭୁବନେଶ୍ୱର ସହିତ କଲିକତା, ମୁମ୍ବାଇ, ହାଇଦ୍ରାବାଦ ଭଳି ଅନ୍ୟ ରାଜ୍ୟକୁ ବିକ୍ରି ନିମନ୍ତେ ପଠା ଯାଉଛି । ଏହାର ଭଲ ଚାହିଦା ରହିଥିବା ବେଳେ ପ୍ରଫୁଲ୍ଲ କୁମାର ନାଥ ଗ୍ରାମାଞ୍ଚଳରେ ଏଭଳି ମୃତ୍ତି ତିଆରି କରି ଅନ୍ୟକୁ ରୋଜଗାର ଦେଇ ପାରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଲୋକମାନେ ପ୍ରସଂଶା କରୁଛନ୍ତି ।

ପଢ଼ନ୍ତୁ: 
ଚାଷୀଙ୍କ ପାଖକୁ ଗଲା ପିଏମ୍ ସମ୍ମାନନିଧି..ଯଦି ଆପଣଙ୍କ ପାଖକୁ ଯାଇନାହିଁ, ତେବେ…

ସବୁଠାରୁ ବଡ଼ କଥା ହେଲା ଯେ ମୟୁରଭଞ୍ଜ ଜିଲ୍ଲାର ବିଜୟ ବେହେରା ମୁମ୍ବାଇରେ ରହି ଏହି କାର୍ଯ୍ୟ କରୁଥିବା ବେଳେ ସେଠାରେ ୨୨ହଜାର ଟଙ୍କା ଦରମା ପାଉଥିଲେ । ପରିବାର ଲୋକଙ୍କୁ ଦେଖିବା ସହ ଓଡ଼ିଶାରେ ରହି କମ୍ ଦରମାରେ କାର୍ଯ୍ୟ କରୁଛନ୍ତି । ତାଙ୍କର କାମ ହେଲା ମାର୍ବଲ ଡଷ୍ଟ, ଚିପ୍ସ ଏବଂ ଅଠା ଦିଆଯାଇ ତିଆରି ଫ୍ରେମ ସାହାଯ୍ୟରେ ବିଭିନ୍ନ ପ୍ରକାରର ମୃତ୍ତି ତିଆରି କରିବା । ସେ ତିଆରି କରିକି ଦେଲେ ଅନ୍ୟମାନେ ତାଙ୍କୁ ଶୁଖାଇ ଫିନିସିଙ୍ଗ କରିବା ସହ ଆର୍ଟ କରିବେ ଏବଂ ରଙ୍ଗ ଦେବେ । ସେହିପରି କେଉଁଝର ଜିଲ୍ଲାର କାଶୀ ନାଥ ରାଉତ । ଆଜକୁ ୨୦ବର୍ଷ ଧରି ବାହାର ରାଜ୍ୟରେ କାର୍ଯ୍ୟ କରୁଥିଲେ । ସେ ମଧ୍ୟ ନିଜର ପରିବାରକୁ ଦେଖିବା ପାଇଁ ଆଖପାଖରେ ରହି କାର୍ଯ୍ୟ କରୁଛନ୍ତି । ସେ ସବୁ ପ୍ରକାର କାର୍ଯ୍ୟ କରୁଥିବା ବେଳେ ଫିନିସିଙ୍ଗ କରିବା ସହ ଆର୍ଟ କରନ୍ତି, ରଙ୍ଗ ଦିଅନ୍ତି । ଏମିତି ସବୁ ପ୍ରକାର କାର୍ଯ୍ୟ କରିପାରନ୍ତି । ଆପଣ ମାନେ ଯେମିତି ଚାହିଁବେ ସେମିତି ମୃତ୍ତି ତିଆରି କରି ଆପଣ ମାନଙ୍କୁ ଦେଇପାରିବେ ।

ରିପୋର୍ଟ- ଉମାକାନ୍ତ ସେଠୀ

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Bharat News 9
Author: Bharat News 9

Leave a Comment